← Back to list

ରାଜ୍ୟ ସରକାରଙ୍କ ଫମ୍ପା ପ୍ରତିଶ୍ରୁତିକୁ ନେଇ ବର୍ଷିଛନ୍ତି ନବୀନ

Newso.in · 2024-08-23 20:38 · 0 claps · 1.1 min read
#ଆମଓଡ଼ିଶା #berhampur #bhubaneswar #bjd #bjp
Open on Medium ↗

ରାଜ୍ୟ ସରକାରଙ୍କ ଫମ୍ପା ପ୍ରତିଶ୍ରୁତିକୁ ନେଇ ବର୍ଷିଛନ୍ତି ନବୀନ

ସୁଭଦ୍ରା ଯୋଜନା ପ୍ରସଙ୍ଗରେ ରାଜ୍ଯ ସରକାରଙ୍କ ଫମ୍ପା ପ୍ରତିଶ୍ରୁତିକୁ ନେଇ ବର୍ଷିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେ କହିଛନ୍ତି- ବିଜେପି ପ୍ରତ୍ୟେକ ମହିଳାଙ୍କୁ ୫୦ ହଜାର ଟଙ୍କା ଦେବ ବୋଲି ଗ୍ୟାରେଣ୍ଟି ଦେଇଥିଲା। ନିର୍ବାଚନ ସମୟରେ କହିଥିଲେ ୫୦,୦୦୦ ଟଙ୍କା ମାତ୍ର ଦେଉଛନ୍ତି ୫,୦୦୦ ଟଙ୍କା। କହିଥିଲେ ସବୁ ମହିଳା ପାଇବେ। ମାତ୍ର ପାଇବେ ୩ଜଣରୁ ଜଣେ। ମା’ମାନଙ୍କୁ ଏହା କ’ଣ ବିଜେପିର ଗ୍ୟାରେଣ୍ଟି ବୋଲି ପ୍ରଶ୍ନ କରିଛନ୍ତି ନବୀନ।

ସେ କହିଛନ୍ତି- ରାଜ୍ଯର ସାଢେ ୪ କୋଟି ଜନସଂଖ୍ୟାର ପ୍ରାୟ ୨ କୋଟି ୨୫ ଲକ୍ଷ ମହିଳା ଏଥିରେ ସାମିଲ ହେବେ ବୋଲି ଆଶା କରାଯାଉଥିଲା। କିନ୍ତୁ ଏବେ ବିଜେପି ସରକାରଙ୍କ କହିବା ମୁତାବକ କେବଳ ୭୦ ଲକ୍ଷ ମହିଳା ସାମିଲ ହୋଇପାରିବେ। ମା’ମାନଙ୍କୁ ଏହା କ’ଣ ବିଜେପିର ଗ୍ୟାରେଣ୍ଟି ନା ଏହା ଏକ ଧୂଆଁବାଣ ବୋଲି ପ୍ରଶ୍ନ କରିଛନ୍ତି ନବୀନ।

ସେ ଆହୁରି କହିଛନ୍ତି- ମା’ମାନେ ଅନେକ ଆଶା ରଖିଥିଲେ। ଟଙ୍କା ମିଳିଲେ କିଛି କାମରେ ଲଗାଇବେ ବା ବ୍ୟବସାୟ କରିବେ ବୋଲି ଭାବିଥିଲେ । ହେଲେ ଏବେ କହୁଛନ୍ତି ମା’ମାନଙ୍କୁ ୬ମାସରେ ମାତ୍ର ୫,୦୦୦ ଟଙ୍କାର ସହାୟତା ମିଳିବ। ଯାହା ମାସକୁ ମାତ୍ର ୮୦୦ ଟଙ୍କା ପଡ଼ୁଛି।ଏହା କେଉଁ କାମରେ ଲାଗିବ? ଏକ ସାଙ୍ଗରେ ୫୦,୦୦୦ ଟଙ୍କାର ପ୍ରୋତ୍ସାହନ ମିଳିଥିଲେ ମା’ମାନେ ଏହାକୁ କୌଣସି କାମରେ ଲଗାଇ ପାରିଥାନ୍ତେ। କିଛି ବ୍ୟବସାୟ କରି ସଶକ୍ତ ହୋଇ ସମାଜରେ ଆଗକୁ ବଢ଼ିଥାନ୍ତେ।

ସୁଭଦ୍ରା ବା କିଛି ଗ୍ୟାରେଣ୍ଟି ଯୋଜନାକୁ କାର୍ଯ୍ୟକ୍ଷମ କରିବାକୁ ବିଜେପି ସରକାର ବଜେଟରେ ୫୦,୦୦୦ କୋଟି ଟଙ୍କାର ଋଣ କରିଛନ୍ତି। ଏହା ରାଜ୍ଯବାସୀଙ୍କ ମୁଣ୍ଡରେ ଋଣ ବୋଝ। ମା’ ଓ ଭଉଣୀମାନଙ୍କୁ ଏହାକୁ ସୁଧ ସହ ସୁଝିବାକୁ ପଡ଼ିବ। କାରଣ ଏହା ସରକାରୀ ଅର୍ଥ ନୁହେଁ। ଋଣ ହୋଇ ଆସିଥିବା ଟଙ୍କା। ଏଥିରେ କ’ଣ ନାରୀ ସଶକ୍ତିକରଣ ସମ୍ଭବ ହେବ ବୋଲି ପ୍ରଶ୍ନ କରିଛନ୍ତି ନବୀନ।

[embed]ରାଜ୍ୟ ସରକାରଙ୍କ ଫମ୍ପା ପ୍ରତିଶ୍ରୁତିକୁ ନେଇ ବର୍ଷିଛନ୍ତି ନବୀନ ସୁଭଦ୍ରା ଯୋଜନା ପ୍ରସଙ୍ଗରେ ରାଜ୍ଯ ସରକାରଙ୍କ ଫମ୍ପା ପ୍ରତିଶ୍ରୁତିକୁ ନେଇ ବର୍ଷିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେ କହିଛନ୍ତି…newso.in

메타데이터
post_id
5e646f207f0e
slug
ରାଜ୍ୟ-ସରକାରଙ୍କ-ଫମ୍ପା-ପ୍ରତିଶ୍ରୁତିକୁ-ନେଇ-ବର୍ଷିଛନ୍ତି-ନବୀନ-5e646f207f0e
url
https://medium.com/@newso.india/%E0%AC%B0%E0%AC%BE%E0%AC%9C%E0%AD%8D%E0%AD%9F-%E0%AC%B8%E0%AC%B0%E0%AC%95%E0%AC%BE%E0%AC%B0%E0%AC%99%E0%AD%8D%E0%AC%95-%E0%AC%AB%E0%AC%AE%E0%AD%8D%E0%AC%AA%E0%AC%BE-%E0%AC%AA%E0%AD%8D%E0%AC%B0%E0%AC%A4%E0%AC%BF%E0%AC%B6%E0%AD%8D%E0%AC%B0%E0%AD%81%E0%AC%A4%E0%AC%BF%E0%AC%95%E0%AD%81-%E0%AC%A8%E0%AD%87%E0%AC%87-%E0%AC%AC%E0%AC%B0%E0%AD%8D%E0%AC%B7%E0%AC%BF%E0%AC%9B%E0%AC%A8%E0%AD%8D%E0%AC%A4%E0%AC%BF-%E0%AC%A8%E0%AC%AC%E0%AD%80%E0%AC%A8-5e646f207f0e
canonical_url

author_url
https://medium.com/@newso.india
status
ok
fetched_at
2026-06-10 12:26:30