← Back to list

ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ-ସଠିକ୍ ତର୍ଜମା କରି ମାର୍କ ଦିଆଯାଇଛି

ରିପୋର୍ଟ: ସୁଭାସିସ ନାୟକ // କଟକ(୨୯/୦୬): ମାଟ୍ରିକ୍ ଫଳାଫଳକୁ ନେଇ ଛାତ୍ରଛାତ୍ରୀଙ୍କ ଅସନ୍ତୋଷ ବୃଦ୍ଧି ପାଇଥିବା ବେଳେ କିଛି ଘରୋଇ ସ୍କୁଲର ଛାତ୍ରଛାତ୍ରୀ ବିକ୍ଷୋଭ…

Odisha News24 · 2021-06-29 08:36 · 0 claps · 0.8 min read
#matric-past-papers #odisha #bse
Open on Medium ↗

ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ-ସଠିକ୍ ତର୍ଜମା କରି ମାର୍କ ଦିଆଯାଇଛି

ରିପୋର୍ଟ: ସୁଭାସିସ ନାୟକ // କଟକ(୨୯/୦୬): ମାଟ୍ରିକ୍ ଫଳାଫଳକୁ ନେଇ ଛାତ୍ରଛାତ୍ରୀଙ୍କ ଅସନ୍ତୋଷ ବୃଦ୍ଧି ପାଇଥିବା ବେଳେ କିଛି ଘରୋଇ ସ୍କୁଲର ଛାତ୍ରଛାତ୍ରୀ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଏପରି ସ୍ଥଳେ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି କୁହାଯାଇଛି ଯେ ସଠିକ୍ ତର୍ଜମା କରି ମାର୍କ ଦିଆଯାଇଛି । ଯେଉଁମାନେ ଏଥିରେ ଅସନ୍ତୁଷ୍ଟ ଅଛନ୍ତି ସେମାନେ ଅଫଲାଇନରେ ପରୀକ୍ଷା ଦେଇପାରିବେ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । ବୋର୍ଡ କହିଛି ଯେ, ମୂଲ୍ୟାଙ୍କନ ନେଇ ବହୁ ଶିକ୍ଷାବିତ୍ ଓ ଜିଲ୍ଲାର ଡିଇଓଙ୍କ ସହ ଆଲୋଚନା କରିଥିଲୁ । ସ୍ୱତନ୍ତ୍ର କୋର କମିଟି ଗଠନ କରି ମୂଲ୍ୟାୟନର ତର୍ଜମା ହୋଇଛି । ୪ ବର୍ଷର ପ୍ରଦର୍ଶନକୁ ବିଚାର କରି ମୂଲ୍ୟାୟନ ହୋଇଛି । ୨୦୧୭, ୧୮,୧୯, ୨୦ ବର୍ଷର ପ୍ରଦର୍ଶନକୁ ନେଇ ମୂଲ୍ୟାୟନ ହୋଇଛି ।

ପୂର୍ବ ଅପେକ୍ଷା ଚଳିତ ବର୍ଷ ସବୁ ଗ୍ରେଡରେ ପିଲାଙ୍କ ସଂଖ୍ୟା ବଢିଛି । ଗତବର୍ଷ ତୁଳନାରେ ଏ-୧ରେ ୨ ଗୁଣା ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ସେହିପରି ଏ-୨ ରେ ୩ ଗୁଣାରୁ ଅଧିକ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ମାର୍କ କମ୍ ଥିଲେ ଅଫଲାଇନରେ ପରୀକ୍ଷା ଦେଇପାରିବେ । ଅଫଲାଇନ ପରୀକ୍ଷା ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଜୁଲାଇ ୫ରୁ ଫର୍ମ ଫିଲଅପ୍ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ । ଯେଉଁମାନେ ଅଫଲାଇନ୍ ପରୀକ୍ଷା ଦେବେ ସେହି ମାର୍କ ଫାଇନାଲ ହେବ ।

메타데이터
post_id
f65d9016849f
slug
ମାଧ୍ୟମିକ-ଶିକ୍ଷା-ବୋର୍ଡ-ପକ୍ଷରୁ-ସାମ୍ବାଦିକ-ସମ୍ମିଳନୀ-ସଠିକ୍-ତର୍ଜମା-କରି-ମାର୍କ-ଦିଆଯାଇଛି-f65d9016849f
url
https://medium.com/@odishanews24/%E0%AC%AE%E0%AC%BE%E0%AC%A7%E0%AD%8D%E0%AD%9F%E0%AC%AE%E0%AC%BF%E0%AC%95-%E0%AC%B6%E0%AC%BF%E0%AC%95%E0%AD%8D%E0%AC%B7%E0%AC%BE-%E0%AC%AC%E0%AD%8B%E0%AC%B0%E0%AD%8D%E0%AC%A1-%E0%AC%AA%E0%AC%95%E0%AD%8D%E0%AC%B7%E0%AC%B0%E0%AD%81-%E0%AC%B8%E0%AC%BE%E0%AC%AE%E0%AD%8D%E0%AC%AC%E0%AC%BE%E0%AC%A6%E0%AC%BF%E0%AC%95-%E0%AC%B8%E0%AC%AE%E0%AD%8D%E0%AC%AE%E0%AC%BF%E0%AC%B3%E0%AC%A8%E0%AD%80-%E0%AC%B8%E0%AC%A0%E0%AC%BF%E0%AC%95%E0%AD%8D-%E0%AC%A4%E0%AC%B0%E0%AD%8D%E0%AC%9C%E0%AC%AE%E0%AC%BE-%E0%AC%95%E0%AC%B0%E0%AC%BF-%E0%AC%AE%E0%AC%BE%E0%AC%B0%E0%AD%8D%E0%AC%95-%E0%AC%A6%E0%AC%BF%E0%AC%86%E0%AC%AF%E0%AC%BE%E0%AC%87%E0%AC%9B%E0%AC%BF-f65d9016849f
canonical_url

author_url
https://medium.com/@odishanews24
status
ok
fetched_at
2026-07-31 18:36:50